- Home
- CCM, Gopalpur → ଅଦ୍ୟ ତା 06/02/2026 ରିଖ ଶୁକ୍ରବାର ଦିନ ସମବାୟ ପରିଚାଳନା ପ୍ରତିଷ୍ଠାନ, ଗୋପାଳପୁର ବେଳାଭୂମି ଆନୁକୂଲ୍ୟରେ ହସ୍ତ ତନ୍ତ ବୁଣାକାର ସମବାୟ ସମିତିର ପରିଚାଳନା ପରିଷଦର ସଭ୍ୟ ଓ ସହକାରୀ ବୟନ ଶିଳ୍ପ ଓ ହସ୍ତ ତନ୍ତ ନିର୍ଦ୍ଦେଶାଳୟର କର୍ମଚାରୀ ମାନଙ୍କ ନିମନ୍ତେ ଏକ ଦିବସୀୟ ସମବାୟ ଦକ୍ଷତା ଅଭିବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ, ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ୍ କାର୍ଯ୍ୟକ୍ରମ ରେ ଶ୍ରୀ କିଶୋର କୁମାର ମେହେର, ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ସମବାୟ ସଂଘ୍ , ଭୁବନେଶ୍ୱର, ଶ୍ରୀ ହୃଷୀକେଶ ମାହାଲି, ଉପ ନିର୍ଦ୍ଦେଶକ, ବୟନ ଶିଳ୍ପ ନିର୍ଦ୍ଦେଶାଳୟ, ବ୍ରହ୍ମପୁର, ଶ୍ରୀ ଫକୀର ମୋହନ ବାଗ, ଉପ ନିବନ୍ଧକ, ସମବାୟ ସମିତି ସମୂହ, ବୌଦ୍ଧ ଡିଭିଜନ, ଶ୍ରୀ ସୁଶାନ୍ତ ନାୟକ, ସହକାରୀ ବୟନ ନିର୍ଦ୍ଦେଶକ, ବୌଦ୍ଧ ସର୍କଲ ଶ୍ରୀ ଡି. କ୍ରିଷ୍ଣାନନ୍ଦ, ଅଧ୍ୟକ୍ଷ, ଗୋପାଳପୁର ସମବାୟ ପରିଚାଳନା ପ୍ରତିଷ୍ଠାନ, ଶ୍ରୀ ନାସିର ହୁସେନ, ଉପ ସହକାରୀ ନିବନ୍ଧକ, ବୟନ ଶିଳ୍ପ, ଶ୍ରୀ ରଘୁନାଥ ପୂଜାରୀ, ଉପ ସହକାରୀ ନିବନ୍ଧକ, ବୌଦ୍ଧ ସର୍କଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ଶ୍ରୀ ରଘୁନାଥ ପୂଜାରୀ ସମବାୟ ଦକ୍ଷତା ଅଭିବୃଦ୍ଧି କୁ ପାଥେୟ କରି ସମିତି ର ଆର୍ଥିକ ଓ ସାମାଜିକ ଏଵଂ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ପ୍ରଶିକ୍ଷଣାର୍ଥୀ ମାନଙ୍କୁ ପ୍ରେରଣା ଦେଇଥିଲେ ଏଵଂ ଶ୍ରୀ ସୁଶାନ୍ତ ନାୟକ ବୁଣାକାର ସମବାୟ ସମିତିରେ ନୂତନ ପଦ୍ଧତି ଉପରେ ତାଲିମ୍ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ 50 ଜଣ ପରିଚାଳନା ପରିଷଦର ସଭ୍ୟ ଏଵଂ କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ l ଏଥି ସହିତ ପ୍ରଶିକ୍ଷଣାର୍ଥୀ ମାନଙ୍କ ତରଫରୁ ଏହି ପ୍ରକାର ତାଲିମ୍ କାର୍ଯ୍ୟକ୍ରମ ସମୟlନୁଯାୟୀ ଆୟୋଜନ କରାଯିବା ନେଇ ସହମତି ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ କୁ ବୌଦ୍ଧ ବୟନ ଶିଳ୍ପ କାର୍ଯ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ l → Gallery